Jump to content

ଶ୍ରୋଣୀ ଚଟାଣ ମାଂସପେଶୀ ବ୍ୟାୟାମ

ଉଇକିପିଡ଼ିଆ‌ରୁ
Pelvic floor muscle exercise
ହସ୍ତକ୍ଷେପ
Diagram of pelvic floor exercises

ଶ୍ରୋଣୀ ଚଟାଣ ମାଂସପେଶୀ ବ୍ୟାୟାମ (ଇଂରାଜୀ ଭାଷାରେ Pelvic floor muscle exercise/ PFME), କେଗେଲ୍ ବ୍ୟାୟାମ ଭାବରେ ମଧ୍ୟ ଜଣାଶୁଣା, ଯାହା ଅତିସକ୍ରିୟ ମୂତ୍ରାଶୟ, ଅନିଚ୍ଛାକୃତ ମୂତ୍ରତ୍ୟାଗ ଏବଂ ଶ୍ରୋଣୀ ଅଙ୍ଗ ସ୍ଥାନ‌ଚ୍ୟୁତି ବ୍ୟବହୃତ ବ୍ୟାୟାମକୁ ବୁଝାଏ | [] [] ଚାପ ଜନିତ ମୂତ୍ର ଅସଂଜମତା ପାଇଁ ଏହା ପ୍ରଥମ ଧାଡ଼ିର ଚିକିତ୍ସା ।[] ଏହି ବ୍ୟାୟାମ ଯୌନ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିପାରେ । ଉଭୟ ପୁରୁଷ ଏବଂ ସ୍ତ୍ରୀ ଉପକୃତ ହୋଇପାରନ୍ତି ।[] ଏହାର ଉପକାର ପାଇବା ପାଇଁ ଏହା ପ୍ରାୟତ ୩ରୁ ୬ ସପ୍ତାହ ଆବଶ୍ୟକ ହୁଏ ।[]

ଏଥିରେ ଥରକୁ ୩ ସେକେଣ୍ଡ ଧରି ବାରମ୍ବାର ସଙ୍କୋଚନ କରି ରଖିବା ପରେ ଶ୍ରୋଣୀ ଚଟାଣ ମାଂସପେଶୀକୁ ଆରାମ ଦେବା ଆବଶ୍ୟକ ହୁଏ ।[] ଏହା ବାୟୋଫିଡବ୍ୟାକ୍ ଡିଭାଇସ୍ ସହିତ କରାଯାଇ ଏବଂ ମୂତ୍ରାଶୟ ଶିକ୍ଷା ସହିତ ମିଳିତ ଏକ‌କାଳୀଣ କରାଯାଇପାରେ ।[] [] ତଳେ ଗଡ଼ିବା ଅବସ୍ଥାରେ, ଠିଆ ହେବା ଏବଂ ବସିବା ଅବସ୍ଥାରେ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଆଯାଇଛି ।[] ବ୍ୟାୟାମଗୁଡିକ ପ୍ରତିଦିନ ଏକ‌କାଳୀନ୧୦ରୁ ୧୫ ଥର ଭାବରେ ତିନି ଥର ପୁନରାବୃତ୍ତିର କରାଯିବା ଉଚିତ୍ ।[]

ବ୍ୟାୟାମ ସମୟରେ ଉଦର ମାଂସପେଶୀ କିମ୍ବା ଜଙ୍ଘ ମାଂସପେଶୀକୁ ସଙ୍କୁଚିତ ନ କରିବା ନିମନ୍ତେ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।[] ଅତ୍ୟଧିକ ବ୍ୟାୟାମ କରିବାକୁ ମଧ୍ୟ ନିରୁତ୍ସାହିତ କରାଯାଏ ।[]ଏହି ବ୍ୟାୟାମଦ୍ୱାରା ମୂତ୍ରାଶୟ, ମଳାଶୟ ଏବଂ ଗର୍ଭାଶୟକୁ ଉପକାର ମିଳେ । ଏହି ଆଧୁନିକ ବର୍ଣ୍ଣନା ୧୯୩୬ ମସିହାରୁ ଯୁକ୍ତରାଜ୍ୟର ଫିଜିଓଥେରାପିଷ୍ଟ ମାର୍ଗାରେଟ ମୋରିସ୍ ଆରମ୍ଭ କରିଥିଲେ ।[] ଏହା ପରେ ୧୯୮୪ ମସିହାରେ ଆମେରିକୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଆର୍ନୋଲ୍ଡ କେଗେଲ ଏହାକୁ ଲୋକପ୍ରିୟ କରିଥିଲେ ।[] [] ଏହି ବ୍ୟାୟାମର ବର୍ଣ୍ଣନା କିନ୍ତ ହଜାର ହଜାର ବର୍ଷ ପୂର୍ବରୁ ଅଛି ।[]

  1. ୧.୦ ୧.୧ ୧.୨ Cho, ST; Kim, KH (December 2021). "Pelvic floor muscle exercise and training for coping with urinary incontinence". Journal of exercise rehabilitation. 17 (6): 379–387. doi:10.12965/jer.2142666.333. PMID 35036386.
  2. ୨.୦ ୨.୧ ୨.୨ Lamin, E; Parrillo, LM; Newman, DK; Smith, AL (February 2016). "Pelvic Floor Muscle Training: Underutilization in the USA". Current urology reports. 17 (2): 10. doi:10.1007/s11934-015-0572-0. PMID 26757904.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Kegel Exercises | NIDDK". National Institute of Diabetes and Digestive and Kidney Diseases. Archived from the original on 2018-04-22. Retrieved 2017-12-02. This article incorporates text from this source, which is in the public domain.
  4. Newman, DK (July 2014). "Pelvic floor muscle rehabilitation using biofeedback". Urologic nursing. 34 (4): 193–202. PMID 25233622.
  5. ୫.୦ ୫.୧ Simpson, Jane (30 May 2019). The Pelvic Floor Bible: Everything You Need to Know to Prevent and Cure Problems at Every Stage in Your Life (in ଇଂରାଜୀ). Penguin UK. p. PT18. ISBN 978-0-241-38654-5. Archived from the original on 22 October 2023. Retrieved 20 October 2023.
  6. Cameron, Anne P. (20 January 2022). Female Urinary Incontinence (in ଇଂରାଜୀ). Springer Nature. p. 126. ISBN 978-3-030-84352-6. Archived from the original on 22 October 2023. Retrieved 20 October 2023.